ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆସନ୍ତା ୧୩ ତାରିଖରେ ନିଟ ପରୀକ୍ଷା ହେବାକୁ ଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୟୁନିଟ ୧ ହାଟକୁ ୬ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏହି ଦିନ ସକାଳ ୧୧ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର ଓ ବାହାରର ସମସ୍ତ ଦୋକାନ ବନ୍ଦ ରହିବ । ଆଜି ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ୟୁନିଟ -୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ନିଟ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଏହି ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ମହାମାରୀ କରୋନା ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ହେଲେ ଏହି ମାହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯେପରି ପ୍ରଭାବିତ ହେବ ନାହିଁ ସେଥିପାଇଁ ସରକାର ବେଶୀ ଚିନ୍ତିତ ଅଛନ୍ତି । ବାକି ରହିଯାଇଥିବା ବିଭିନ୍ନ ପରୀକ୍ଷାକୁ ସୁଚାରୁ ରୂପେ ଶେଷ କରିବା ସହ ଯେପରି ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀ ଯେପରି ମହାମରୀରେ ସଂକ୍ରମିତ ନହେବେ ସେଥିପାଇଁ ସରକାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।
ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ପାରୀକ୍ଷାର୍ଥୀମାନଙ୍କୁ ଯେପରି ସଂକ୍ରମଣ ନବ୍ୟାପିବ ସେଥିପାଇଁ ପରୀକ୍ଷା କେନ୍ଦ୍ରର ଓ ଏହାର ଆଖ ପାଖ ଅଞ୍ଚଳକୁ କିପରି ସୁରକ୍ଷିତ କରାଯିବା ସହ ଜନଗହଳିକୁ ହଟାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି ।
ଛଅ ଘଣ୍ଟା ପାଇଁ ସିଲ ହେବ ୟୁନିଟ- ୧ ହାଟ
Tags #AtrNews #Odisha