ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ପ୍ରେସ ସପ୍ତାହ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ଯାହାକୁ ଆମେ ଭାଲେଣ୍ଟାଇନ ୱିକ ବୋଲି କହିଥାଉ । ଭାଲେଣ୍ଟାଇନ ୱିକର ଆଜିର ପ୍ରଥମ ଦିନରେ ପଡିଛି ରୋଜ ଡେ । ଏହି ଅବସରରେ ଆଜି ବଜାରରେ ଗୋଲାପର ଚାହିଦା ପୂର୍ବ ଅପେକ୍ଷା ଅଧିକ ବଢି ଯାଇଛି ।
ପ୍ରେମିକ ପ୍ରେମିକା ଆଜି ପ୍ରଥମ ଦିନରେ ଗୋଲାପ ଦେଇ ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି । ପାଶ୍ଚାତ୍ୟ ସଭ୍ୟତାରୁ ଭାରତକୁ ଆସିଥିବା ଏହି ସଂସ୍କୃତି ଏବେ ଓଡିଶାରେ ମଧ୍ୟ ବେଶ ଲୋକପ୍ରିୟ ହୋଇ ସାରିଲାଣି । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀମାନେ ପାଳନ କରିବେ ପ୍ରେମ ସପ୍ତାହ। କୁହାଯାଏ ଭାଲେଣ୍ଟାଇନ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ଭାଲେଣ୍ଟାଇନ ଡେ ପାଳନ କରାଯାଏ ।