ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତିକାଲି ରାତି ୮ଟାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସଟ୍ ଡାଉନ୍ ପ୍ରକ୍ରିୟା । ଏହା ଏକ ପ୍ରକାରର କର୍ଫ୍ୟୁ । କୋଭିଡ୧୯ ଚେନ୍ କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଇତିମଧ୍ୟରେ କିଛି ବ୍ୟକ୍ତି ଏହି ସଟ୍ ଡାଉନ୍ ନିୟମକୁ ଉଲ୍ଲଂଘନ କରୁଥିବାରୁ ଆଜି ଭୁବନେଶ୍ୱରରୁ ୬୪ ଜଣଙ୍କୁ ପୋଲିସ ଉଠାଇ ନେଇଛି । ଏହାସହିତ ୪୫ ଜଣଙ୍କୂୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ରେ ରଖାଯାଇଛି । ଏନେଇ ଭୁବନେଶ୍ୱର ଡିସିପିଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ।
୪୮ ଘଣ୍ଟିଆ ସଟ୍ ଡାଉନ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏହାସହିତ ରାଜଧାନୀରେ ପ୍ରତ୍ୟେକ ଛକ, ଗଳିରେ ପୋଲିସ ଛାଉଣୀ ହେବା ସହ ଚେକିଂ କରୁଛନ୍ତି । ଯିଏ ବି ନିୟମ ଉଲ୍ଲଂଘନ କରୁଛନ୍ତି ତାକୁ ଉଠାଇ ନେବା ସହ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରଖୁଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଗୋଟେ ଦିନ ୧୫ ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୭ ଟି ଭୁବନେଶ୍ୱରର ବାହାରିଥିଲା । ଯାହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୨୦ ରେ ପହଁଚିଛି । ସେଥିପାଇଁ ଚାରିଆଡେ କୋକୁଆ ଭୟ ସୃଷ୍ଟି ହୋଇଛି ।