ଭୁବନେଶ୍ୱର(ଏଟିଆର ବ୍ୟୁରୋ): ତାତିରୁ ମିଳିବ ତ୍ରାହି । ଆସନ୍ତା ଦୁଇ ଦିନ ମଧ୍ୟରେ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି ।ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା,ସୁନ୍ଦରଗଡ,ଅନୁଗୁଳ,କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ସମ୍ବଲପୁର,ଦେବଗଡ ଓ ନବରଙ୍ଗପୁର ଜିଲ୍ଲାରେ ଘଡଘଡି ଓ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର । ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ତେବେୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୈାଣସି ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲାଗୁଡିକରେ ତାପମାତ୍ରା ସ୍ୱାଭାବିକ ଥିବା ପାଣିପାଗ କେନ୍ଦ୍ର ସୂଚନା ମିଳିଛି । ଭୁବନେଶ୍ୱରର ତାପମାତ୍ରା ୧୬ ତାରିଖ ସୁଦ୍ଧା ପୁଣି ୪୦ଡିଗ୍ରୀ ପାଖାପାଖି ପହଞ୍ଚିଯାଇପାରେ ।
ଆସନ୍ତା ୧୪ ତାରିଖ ସୁଦ୍ଧା ହାଲୁକା ବର୍ଷା ସହ ଘଡଘଡି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୫ ରୁ ତାତି ବଢିଥିବାକୁ ଥିବାବେଳେ ୧୭ ତାରିଖରୁ କାଳବୈଶାଖୀ ସମ୍ଭାବନା ବଢିବ ବୋଲି ସେ କହିଛନ୍ତି ।