ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଏବେ ଶୀତ ବଢିବାରେ ଲାଗିଛି । ସହରାଞ୍ଚଳକୁ ବାଦ ଦେଲେ ଏବେ ଗ୍ରାମାଞ୍ଚଳରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଗତ ଦୁଇଦିନ ହେଲା ତାପମାତ୍ରା ଲଗାତାର ଭାବେ ଖସି ଚାଲିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୨୦ତାରିଖରୁ ଶୀତ ଅଧିକ ଅନୁଭୂତ ହେବ । ଉତ୍ତର- ପଶ୍ଚିମ ବାୟୁ ପ୍ରଭାବ ଯୋଗୁଁ ଶୀତ ଅନୁଭୂତ ହେବ । ଏହାସହ ୧୪ଟି ଜିଲ୍ଲାରେ ସକାଳ ଓ ରାତି ସମୟରେ ଘନ କୁହୁଡି ମଧ୍ୟ ଦେଖା ଦେଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସବୁଠାରୁ ବଡ କଥା ହେଉଛି ବାଲେଶ୍ୱର ଓ କେନ୍ଦୁଝରରେ ଗତ ସପ୍ତାହ ମଧ୍ୟରେ ୧୦ ଡିଗ୍ରୀ ତାପମାତ୍ରା କମିଛି ।