ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଯୁଦ୍ଧ କରୁଛି । ଏକ ଗଡିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଛି ବିଶ୍ୱ । ତେବେ ଏହିଭଳି ଏକ ସଂଙ୍କଟମୟ ସମୟରେ ପୁଣି ଦାଉ ସାଧିବାକୁ ସଜ ହେଉଛି ପ୍ରକୃତି । ଆସନ୍ତା ମେ ମାସରେ ପୁଣି ଏକ ବାତ୍ୟା ଆସୁଛି । ଯାହା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତ ବର୍ଷ ଫନିକୁ ବର୍ଷେ ପୂରିଛିକି ନାଁ ପୁଣି ଏକ ବାତ୍ୟା ଦାନା ବାନ୍ଧୁଛି । ସୂଚନା ଅନୁସାରେ ଆସନ୍ତା ମେ ୩ ତାରିଖ ବେଳକୁ ଓଡିଶା ପୁଣି ସମ୍ଭାବ୍ୟ ବାତ୍ୟାର ସାମ୍ନା କରିପାରେ ।
ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ସୃଷ୍ଟି ହେବାକୁ ଥିବା ଏହି ବାତ୍ୟା ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଓ ବାଲାଂଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୨୭ କିମ୍ବା ୨୮ ତାରିଖ ବେଳକୁ ଏହା ଘୂର୍ଣ୍ଣି ବଳୟର ରୂପନେବ । ୩୦ ରେ ଲଘୁଚାପର ରୂପନେଇ ପରେ ଧିରେଧିର ଘନିଭୂତ ହେବ । ସେହିଭଳି ୨ ରୁ ୩ ତାରଖ ମଧ୍ୟରେ ଏହା ମିଆଁମାର ଅତିକ୍ରମ କରିବ ବୋଲି ଜଣା ପଡିଛି । ତେବେ ଏହି ବାତ୍ୟା ଓଡିଶା ମୁହାଁ ହେବକତ ନାଁ ତାହା ସ୍ପଷ୍ଟ ହୋଇନାହିଁ ।