ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀରେ ହେବ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ।ଟାଟା ପକ୍ଷରୁ ନିର୍ମାଣ କରାଯିବାକୁ ଥିବା କ୍ୟାନସର ହସ୍ପିଟାଲ ଯୋଜନା ଏବେ ଦୋଳାୟମାନ ସ୍ଥିତିରେ ରହିଛି। ତେଣୁ ରାଜ୍ୟ ସରକାର ଭୁବନେଶ୍ୱରରେ ଏହି ହସ୍ପିଟାଲ ନିର୍ମାଣ କରିବେ ବୋଲି ସୂଚନା ମିଳିଛି ।
୨୦୧୯ ମସିହା ଫେବ୍ରୁଆରୀ ମାସରେ ବାରଙ୍ଗ ନିକଟରେ ଏକ ଷ୍ଟେଟ୍ ଅଫ ଦି ଆର୍ଟ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର ଟାଟା ଟ୍ରଷ୍ଟ ମଧ୍ୟରେ ଥିବା ବୁଝାମଣା ସ୍ୱାକ୍ଷର ହୋଇଥିଲା । ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ପାଇଁ ସମୁଦାୟ୮ଶହକୋଟି ଟଙ୍କା ଖର୍ଚ୍ଚ ହେବାକୁଥିବା ବେଳେ ୫ଶହ କୋଟି ଟଙ୍କା ରାଜ୍ୟ ସରକାର ବହନ କରିଥାନ୍ତେ ।
ଏଥି ନିମନ୍ତେ ଟାଟା ଟ୍ରଷ୍ଟକୁ ମାଗଣାରେ ୧୫ ଏକର ଜମି ଦିଆଯିବ ବୋଲି ଘୋଷଣା କରାଯାଇଥିଲ ।କିନ୍ତୁ ୨ ବର୍ଷ ପରେ ମଧ୍ୟ କ୍ୟାନସର ହସ୍ପିଟାଲର ଅଗ୍ରଗତି ହୋଇନାହିଁ । ଆଗକୁ ମଧ୍ୟ ହସ୍ପିଟାଲ ନିର୍ମାଣ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।
ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି-୨ରେ ଏକ ବିଶ୍ବସ୍ତରୀୟ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ହୋଇଛି।ଏହି ହସ୍ପିଟାଲରେ ପେଲିଆଟିଭ କେୟାରଠାରୁ ଆରମ୍ଭ କରି ଅନ୍ୟ ଅତ୍ୟାଧୁନିକ ଚିକିତ୍ସାର ବ୍ୟବସ୍ଥା ରହିଛି । ହସ୍ପିଟାଲ ଚାରିପାଖରେ ସୁନ୍ଦର ବଗିଚା ଲାଗିବା ସହ ମ୍ୟୁଜିକର ମଧ୍ୟ ବ୍ୟବସ୍ଥା ରହିବ ।
ଦେଶର ଅଗ୍ରଣ କର୍କଟ ରୋଗ ବିଶେଷଜ୍ଞ ମାସକୁ ଥରେ ଏହି ହସ୍ପିଟାଲକୁ ଆସିବେ ।ଯାହାଫଳରେ କି ଓଡିଶାର ରେଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଏଥିପାଇଁ ହସ୍ପିଟାଲରେ ଏକ ହେଲିପ୍ୟାଡର ବ୍ୟବସ୍ଥା କରାଯିବ ।