ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଭୁଲିଗଲା ୧୦ ବର୍ଷର ସମ୍ପର୍କ । ସାଙ୍ଗ ହୋଇ ରହୁଥିଲେ । ଶେଷରେ ସାଙ୍ଗକୁ ଛୁରୀ ଭୁସି ମାରିଲା ସାଙ୍ଗ । ଜଣେ ଯୁବତୀ ତାର ଆଉ ଜଣେ ରୁମମେଣ୍ଟକୁ ଛୁରୀ ଭୂରି ମାରିଦେଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଗୈାରୀ ନଗର ଲେନ-୫ ଅଞ୍ଚଳରେ । ମୃତ ଯୁବତୀ ହେଲେ ଅଳକା ନନ୍ଦ ଦାଶ । ପୋଲିସ ଖବର ପାଇ ଅଭିଯୁକ୍ତ ଯୁବତୀ ଅନିଶା ମିତ୍ରଙ୍କୁ ଗିରଫ କରିଛି । ତେବେ କେଉଁ କାରଣରୁ ଅନିଶା ଅଳକାଙ୍କୁ ମାରିଛନ୍ତି ତାହା ଜଣାପଡିନାହିଁ । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ ଉଭୟଙ୍କ ବନ୍ଧୁତା ପ୍ରାୟ ୧୦ ବର୍ଷ ହେବ । ଦୁହେଁ ସାଙ୍ଗ ହୋଇ ବେଶ ଖୁସିରେ ରହୁଥିଲେ । ମାତ୍ର ଦୁଇ ଦିନ ପୂର୍ବେ କୌଣସି ଏକ କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ଘର ମାଲିକ ସମାଧାନ କରିଥିଲେ । ମାତ୍ର ଶନିବାର ବିଳମ୍ବିତ ରାତିରେ ଘର ଭିତରୁ ପାଟି ଶୁଭୁଥିବା ଶୁଣି ଘର ମାଲିକ ଧାଇଁ ଆସିଥିଲେ । କବାଟ କାଡେଇଥିଲେ ମଧ୍ୟ କେହି ଖୋଲିନଥିଲେ । ଶେଷରେ ମାଲିକ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଆସିକ୍ୱାଟ ଭାଙ୍ଗି ଦେଖିବା ବେଳକୁ ଅନିଶାକୁ ଛୁରୀ ଭୂସି ଅଳକା ମାରିଦେଇଛି । ତେବେ ପୋଲିସ ପଚରା ଉଚରା କରିବା ପରେ ସେ ସବୁ ମଙ୍ଗି ଯାଇଥିଲା । ମାତ୍ର କେଉଁ କାରଣରୁ ମାରିଛି ତାହା ସ୍ପଷ୍ଠ ହୋଇନାହିଁ ।