ପୁରୀ ( ଏଟିଆର ବ୍ୟୁରୋ): ସମାନ୍ୟ କିଛି ଯୌତୁକ ପାଇଁ ଆଠ ମାସର ନବବଧୂକୁ ହତ୍ୟାକଲେ ଶାଶୁଘର ଲୋକ ! ଏମିତି ଏକ ଅଭିଯୋଗ ଆସିଛି ପୁରୀ ଡେଲାଙ୍ଗ ଅଞ୍ଚଳରୁ । ଖବର ମୁତାବକ ଗତକାଲି ଏହି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମୃତ ବୋହୂର ପରିବାର ଲୋକ । ଗତ ୮ ମାସ ତଳେ ମୃତ ବୋହୂ ଲକ୍ଷ୍ମୀପ୍ରୀୟା ମହାପାତ୍ର ଡେଲାଙ୍ଗ ଅଞ୍ଚଳର ପ୍ରଦୀପ କୁମାର ମହାପାତ୍ରଙ୍କୁ ବିବାହ କରିଥିଲେ ।
ପ୍ରଥମେ କିଛି ଦିନ ପରିବାର ଠିକ ଠାକ ଚାଲିଥିଲା । ସ୍ୱାମୀ ସ୍ତ୍ରୀ ଖୁସିରେ ଥିଲେ । ହେଲେ କିଛି ଦିନ ପରେ ହଠାତ ସୁନାର ସଂସାରେ ମଝିରେ ଝଡ ହୋଇ ପସି ଆସିଲା ଯୌତୁକ ଲୋଭ । ଶାଶୁଘର ଲୋକେ ଆରମ୍ଭ କରିଦେଲେ ବୋହୂ ଉପରେ ଯୌତୁକ ନିର୍ଯ୍ୟାତନା । ମୃତ ବୋହୂର ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ବିବାହ ପରେ ତାଙ୍କୁ ଯୌତୁକଜନିତ ନିର୍ୟାତନା ଦିଆଯାଉଥିବା ଝିଅର ବାପା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋଲିସ ଶାଶୁଘରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଶାଶୁଘର ଲୋକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।