କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଯୌତୁକ ଲୋଭରେ ନବ ବିବାହିତ ବୋହୁକୁ ମାରିଲେ ଶାଶୁଘର ଲୋକ । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ଜାଲକଣା ଗାଁରୁ । ଯୌତୁକ ଲୋଭରେ ହରପ୍ରିୟାଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଧର ନାୟକ । ପୋଲିସ ଏହି ଖବର ପାଇବା ପରେ ଶାଶୁ,ଶ୍ୱଶୁର,ସ୍ୱାମୀ ଏବଂ ଦେଢ଼ସୁରଙ୍କୁ ଗିରଫ କରିଛି । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁଯାୟୀ ବାଲିସାହି ଗାଁର ବିଦ୍ୟାଧରଙ୍କ ଝିଅ ଜାଲକଣା ଗାଁର ର ହିମାନ୍ଦ୍ରି ପାଇଟାଳଙ୍କ ସହ ବିବାହ ହୋଇଥିଲା । ତେବେ ଯୌତୁକ ଲୋଭରେ ଶାଶୁ ଘର ଲୋକ ସବୁବେଳେ ମାର ଧର କରୁଥିବା ବାପାଙ୍କୁ ଫୋନ କରି କହୁଥିଲେ ହରପ୍ରିୟା । ଶୁକ୍ରବାର ହରପ୍ରିୟାଙ୍କୁ ଶ୍ୱଶୁର ଘର ଲୋକ ମାଡ ମାରିଥିଲେ ଏବଂ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଏହାପରେ ବାପାଙ୍କୁ ଫୋନ କରି ରାତିରେ ହରପ୍ରିୟା କହିଥିଲେ ମୋତେ ଆସି ନେଇଯାଅ ।
ତେବେ ଝିଅକୁ ଆଣିବା ପାଇଁ ଗାଡି କରି ବାହାରୁ ଥିବା ବେଳେ ଜ୍ୱାଇଁଙ୍କ ଫୋନ ଆସିଲା । ସେ କହିଲେ କି ତୁମ ଝିଅ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ତେବେ ଝିଅ ଆତ୍ମହତ୍ୟା କରିଥିାବ ସହଜରେ ବିଶ୍ୱାସ କରି ପାରିଲେ ନାହିଁ ବାପ ଘର ଲୋକ । ଏଣୁ ସେମାନେ ପୋଲିସରେ ଏତଲା ଦେବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏବଂ ଶ୍ୱଶୁର ଘର ଲୋକଙ୍କ ନାଁରେ ଏକ ମାମଲା ରୁଜୁ କରି ଗିରଫ କରିଛି ।