ରାଉରକେଲା ( ଏଟିଆର ବ୍ୟୁରୋ): ମହିଳାଙ୍କୁ ହତ୍ୟା ପରେ ପୋଡି ଦିଆଗଲା! କାଲି ରାତିରେ ନିଆଁ ଜଳୁଥିବା ଲୋକ ଦେଖିଲେ । ହତ୍ୟା ନାଁ ମୃତ ପରେ ପୋଡି ଦିଆଗଲା ତା ସନ୍ଦେହରେ । ଏମିତି ଏକ ଖବର ଆସିଛି ରାଉରକେଲାରରୁ । ସୂଚନା ଅନୂସାରେ କ୍ରାଲି ରାତିରେ ରାସ୍ତା କଡରେ କେହି ଜଣେ ମହିଳାଙ୍କୁ ପୋଡି ଦେଇଥିବା ଦେଖାଦେଇଛି । ସୂୂଚିନା ଅନୁସାରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି ।
ପୋଲିସ ରାସ୍ତା କଡରୁ ଆଜି ଅର୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ଶବ ଜବତ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାଖାପାଖି ରାତି ୧୦ ଟା ସମୟରେ ନିଆଁ ଜଳୁଥିବା ଲୋକମାନେ ଦେଖିଥିଲେ । ଆଜି ସକାଳେ ସେଠାକୁ ଯାଇଁ ଦେଖନ୍ତି ତ ଜଣେ ମହିଳାଙ୍କ ଅର୍ଧଦଗ୍ଧ ଶବ ପଡିଥିଲା ।
ଏନେଇ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଧଦଗ୍ଧ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । କେହି ମହିଳାଙ୍କୁ ହତ୍ୟ୍ରା କରି ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ତରବରିଆ ଭାବେ ପୋଡି ଦେଇଥିବା ଅନୁମାନ କରାଯାଉଛି । କୁତ୍ରା ଦାନ ପଡା ପୂର୍ବପାଲି ନିକଟରୁ ଏହି ଅର୍ଧଦଗ୍ଧ ଶବ ମିଳିଛି । ପୋଲିସ ଆଖ ପାଖ ଲୋକଙ୍କୁ ପଚରା ଉଚରା କରି ତଦନ୍ତ ଆଗକୁ ବଢାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।