ବ୍ରହ୍ମପୁର (ଏଟିଆର ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି । ନିଜି ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଛଟପଟ ହୋଇ ଜିଅନ୍ତା ଜଳିଲେ ମହିଳା ଜଣଙ୍କ । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗାଁରେ ଦେଖିବାକୁ ମିଳିଛି । ମୃତ ମହିଳା ଜଣଙ୍କ ସନ୍ଧ୍ୟା ବିଶୋଇ । ଏହି ଘଟଣାଟି ସମ୍ପୂର୍ଣ୍ଣ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।
ପ୍ରତ୍ୟେକ ପରିବାରରେ କଳି ଝଗଡା ହୋଇଥାଏ, କିନ୍ତୁ ତାର ମାନେ ନୁହେଁ ଯେ ଏହି ସାମାନ୍ୟ ଝଗଡା ପାଇଁ ଏକ ମୂଲ୍ୟବାନ ଜୀବନ ହାରିଦେବା । ମାତ୍ର ଏଠି ହାରି ଯାଇଛି ଏକ ମା’ । ଏକ ୫ ମାସର ଶିଶୁକୁ ଏକାକରି ଦେଇ ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।