ଜଗତସିଂହପୁର ( ଏଟିଆର ବ୍ୟୁରୋ) : ସ୍ୱାମୀ ହେଲା ସଇତାନ । ହାତୁଡିରେ ପିଟି ସ୍ତ୍ରୀକୁ କଲା ହତ୍ୟା । ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଛି ଜଗତସିଂହପୁରରେ । ଖବର ଅନୁସାରେ ସଦର ଥାନା ଅଞ୍ଚଳ ସାନତିହଡା ଗାଁର ରୁଦ୍ର ପ୍ରସନ୍ନ ରାଉତ ତାଙ୍କ ସ୍ତ୍ରୀ ରଶ୍ମୀତା ରାଉତଙ୍କୁ ହତ୍ୟା କରିଛନ୍ତି । ୨୫ ତାରିଖ ରାତିରେ କୌଣସି କାରଣ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡା ଏତେ ଅଧିକ ହୋଇଥିଲା ଯେ ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପାଖରେ ପଡିଥିବା ଏକ ହାତୁଡିରେ ସ୍ତ୍ରୀକୁ ପିଟି ମାରି ଦେଇଥିଲା ।
ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ପ୍ରେଟ୍ରୋଲ ଢାଳି ମୃତ ଦେହକୁ ପୋଡି ଦେଇଥିଲା । ପରେ ରୁଦ୍ର ନିଜେ ଯାଇ ଥାନାରେ ଆତ୍ମ ସମର୍ପଣ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ରୁଦ୍ରକୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ରଶ୍ମୀତାଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।