ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତ୍ତା ଅରବିନ୍ଦ ସୁବ୍ରମଣ୍ୟମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ନିଷ୍ପତିକୁ ଗ୍ରହଣ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଏବଂ ଫେସବୁକ୍ ରେ ଫୋଷ୍ଟ କରି ଏହାର କାରଣ ଦର୍ଶାଇଛନ୍ତି ।
ଅରୁଣ ଜେଟଲୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଅରବିନ୍ଦ ତାଙ୍କ ପାରିବାରିକ ଦାୟିତ୍ୱ ବହନ କରିବା ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି । ଏହା ବ୍ୟକ୍ତିଗତ କିନ୍ତୁ ଜରୁରୀ । ତାଙ୍କର ଏହି ନିଷ୍ପତିକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ଚାରା ନାହିଁ । ହୁଏତ ଅକ୍ଟୋବର ମାସ ପର୍ଯ୍ୟନ୍ତ ସେ ରହିବେ ଯେପର୍ଯ୍ୟନ୍ତ ସରକାର ଆଗାମୀ ବ୍ୟବସ୍ଥା ନ କରିଛନ୍ତି ।
ଅରବିନ୍ଦ ସୁବ୍ରମଣ୍ୟମ ଗତ ୨୦୧୪ ଅକ୍ଟୋବରରେ ଅର୍ଥମନ୍ତ୍ରଳାୟର ମୁଖ୍ୟ ପରାମର୍ଶ ଦାତା ଭାବେ ନିଯୁକ୍ତି ହୋଇଥିଲେ ।