ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ବାସୀଙ୍କ ମନରେ ଡେଙ୍ଗୁର ଭୟ । ଓଡିଶାକୁ ମୋସୁମୀ ଜଳ ବାୟୁ ଛୁଇଁବା ଆଗରୁ ଡେଙ୍ଗୁର ଆତଙ୍କ ଦେଖାଦେଇଛି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଚାରି ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ସାଧାରଣତଃ ବର୍ଷା ଦିନରେ ଡେଙ୍ଗୁ ରୋଗ ହୋଇଥାଏ । କାରଣ ବର୍ଷା ଜଳ ଜମି ନାଳ ନର୍ଦମା ଯାମ ହୋଇ ଯିବା ଫଳରେ ଡେଙ୍ଗୁ ମଷା ଜନ୍ମି ଥାନ୍ତି । କିନ୍ତୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଏହି ରୋଗ ଦେଖା ଯାଇଥିବାରୁ ଲୋକମାନଙ୍କ ମନରେ ଛାନିଆ ପଶିଛି ।
ଏନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ, ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବନ୍ଦବସ୍ତ କରାଯିବା ସହିତ ଡେଙ୍ଗୁ ଔଷଧ ଉପଲବ୍ଧ କରାଯାଇଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ।