ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଆଜି ପୁଣି ଥରେ ଏକ ଯାତ୍ରୀଙ୍କ ନିକଟରୁ ସୁନା ଜବତ କରିଛି ଭୁବନେଶ୍ୱର ବିମାନ ବନ୍ଦରର କଷ୍ଟମ ବିଭାଗ । ପ୍ରାୟତଃ ୨୯୫ ଗ୍ରାମର ସୁନା ଜବତ କରାଯାଇଛି । ଏହାର ହାରାହାରି ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଯାତ୍ରୀ ଜଣଙ୍କ ତାଙ୍କର ବୁଦ୍ଧି ଖଟାଇ ନିଆରା ଢଙ୍ଗରେ ମଳ ଦ୍ୱାରରେ ସୁନାକୁ ଧରି ଚମ୍ପଟ ମାରିବେ ବୋଲି ଭାବିଥିଲେ । କିନ୍ତୁ ଏଭଳି କିଛି ହୋଇପାରିନଥିଲା । ଶେଷରେ ଧରା ପଡିଥିଲେ କଷ୍ଟମ ବିଭାଗ ହାତରେ ।
ଗତ କିଛି ଦିନ ପୂର୍ବରୁ ଏହି ବିମାନ ବନ୍ଦରରୁ ସୁନା ଜବତ କରାଯାଇଥିଲା । ଭୁବନେଶ୍ୱରର ଆର୍ନ୍ତଜାତୀୟ ବିମାନ ବନ୍ଦରରେ ଏଭଳି ବାରମ୍ବାର ସୁନା ଜବତ ଘଟଣା ସାମ୍ନାକୁ ଆସିଲା ପରେ ଏନେଇ କଡା ଯାଞ୍ଚ ବ୍ୟବସ୍ଥା କରାଯାଉଛି ।