ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଗାଁ ଠାରୁ ସହର ପର୍ଯ୍ୟନ୍ତ ଏକ ଲୋକପ୍ରିୟ ଖେଳ ହେଉଛି ହକି । କିଛି ଲୋକ ଏହି ଖେଳ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ଏପର୍ଯ୍ୟନ୍ତ ହକି ଖେଳକୁ ଜାତୀୟ ମାନ୍ୟତା ଦିଆଯାଇ ନାହିଁ । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଏକ ଚିଠି ଲେଖିଛନ୍ତି ।
ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ ହକିକୁ ଜାତୀୟ ଖେଳର ମାନ୍ୟତା ଦିଆଯାଉ । ଏବଂ ଏହା ସହିତ ବିଜ୍ଞପ୍ତି ପ୍ରକାଶ କରାଯାଉ । ସେ ଆହୁରୀ ମଧ୍ୟ କହିଛନ୍ତି କି ଓଡିଶା, ଝାରଖଣ୍ଡ ଏବଂ ଛତିଶଗଡର ଆଦିବାସୀବହୁଳ ଲୋକଙ୍କ ଅଂଶ ବିଶେଷ ହେଉଛି ହକି । ମୋର ଆଶା କୋଟି କୋଟି ଲୋକଙ୍କର ଲୋକପ୍ରିୟ ଖେଳ ହକି କୁ ଜାତୀୟ ମାନ୍ୟତା ଦିଆଯିବ ।
ଓଡିଶାରେ ଆଗାମୀ ନଭେମ୍ବର ମାସରେ ବିଶ୍ୱ ହକିର ଆୟୋଜନ ହେବାକୁ ଯାଉଛି । ଏନେଇ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ହକି ଖେଳ ନଭେମ୍ବର ୨୮ ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ । ଏହି କାର୍ନିଭାଲରେ ୧୬ଟି ଦଳ ଅଂଶଗ୍ରହଣ କରିବେ ।