ଭୁବନେଶ୍ୱର (ଏଟିଆର ବ୍ୟୁରୋ):କୃଷି ଋଣ ଛାଡ କରିବା ଲାଗି ଓଡିିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରିୟ ନିତି ଆୟୋଗ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ସୋମବାର ଦିନ ମିଳିଥିବା ମିଡିଆ ରିପୋର୍ଟ ଅନୁଯାୟୀ,ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀଙ୍କୁ ଚିଠିରେ ଲେଖିଥିଲେ କି, କୃଷି ସଙ୍କଟରୁ କୃଷକମାନଙ୍କୁ ଚିନ୍ତାମୁକ୍ତ କରିବା ପାଇଁ, ଆମ ପାଖରେ ଋଣ ଛାଡ ଉପରେ ରାଷ୍ଟ୍ରୀୟ ନିତୀ ହେବା ଜରୁରୀ । ରାଜ୍ୟ ସରକାର ଏହି ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ଯେକୌଣସି ନିଷ୍ପତିରେ ସମର୍ଥନ ହେବାରେ ସହାୟକ ହେବେ ।
ରାଷ୍ଟ୍ରପତି ଭବନରେ ରବିବାର ନିତି ଆୟୋଗ ପରିଚାଳନା ପରିଷଦର ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ । କିନ୍ତୁ ସେ ନିଜେ ଏହି ବୈଠକରେ ଯୋଗ ଦେଇନଥିଲେ ।
ଓଡିଶା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ଅନୁଯାୟୀ,କେନ୍ଦ୍ର ସରକାରଙ୍କୁ ସୁକ୍ଷ୍ମ ଏବଂ ଲଘୁ ଅଧ୍ୟମ ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟ ତରଫରୁ କୃଷି ଗ୍ୟାରେଣ୍ଟି ଟ୍ରଷ୍ଟ ଫର ଏଗ୍ରିକଲଚରର ନିର୍ମାଣ ଉପରେ ବିଚାର କରିବା ଉଚିତ୍ ।
ସେ ଆହୁରି ମଧ୍ୟ ସେହି ପତ୍ରରେ ଲେଖିଛନ୍ତି କି ବନ୍ଧକମୁକ୍ତ ଋଣ ବ୍ୟବସ୍ଥାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଏବଂ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପ୍ରସ୍ତାବକୁ ବିଚାର ବିମର୍ଶ କରାଯାଉ ବୋଲି ଯେ ଅନୁରୋଧ କରିଛନ୍ତି । ଏହାସହିତ କୃଷି କ୍ଷେତ୍ରରେ ବିକାଶ ପାଇଁ ସ୍ୱାମିନାଥନ୍ କମିଟି ସୁପାରିଶ ଗୁଡିକୁ ଖୁବ୍ ଶୀଘ୍ର ଲାଗୁ କରାଯାଉ ବୋଲି କହିଛନ୍ତି ।
ଯଦି ରାଜ୍ୟର ସମସ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତି ତେବେ ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନାକୁ ଖାରଜ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଶୁଭାରମ୍ଭ କରିଛନ୍ତି ।