ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତା ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣି ପାଗ ବିଭାଗ ଅନୁଯାୟୀ, ସୋମବାର ଅଧିକାଂଶ ସ୍ଥାନରେ ବର୍ଷ ଲାଗି ରହିବ । କୋରାପୁଟ, କନ୍ଧମାଳ, ଗଜପତି, କଳାହାଣ୍ଡି , ପୁରୀ ଜିଲ୍ଲାର ଗୋଟେ କି ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧା , କଟକ, ମୟୂରଭଞ୍ଜ, ଜଗତସିଂହପୁର, ରାୟଗଡା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି ।
ସେହିପରି ମଙ୍ଗଳବାର ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ । ବୁଧବାର ଦିନ ରାଜ୍ୟରେ ବର୍ଷା କମିବାର ସମ୍ଭାବନା ରହିଛି ।