ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ମିଗାଜୋମ’ । ଆସନ୍ତାକାଲି ଏହା ଆନ୍ଧ୍ରପ୍ରଦେଶ ନେଲୋର ଓ ମଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏନେଇ ଦକ୍ଷୀଣ ରାଜ୍ୟରେ ସତର୍କ ସୂଚନା ଦିଆଯାଇଛି । ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ତଟୀୟ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲି ଦ୍ୱିପ୍ରହର ସମୟରେ ବାତ୍ୟା ମିଗଜୋମ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ ରୁ ୧୧୦ ଯାଏଁ ରହିପାରେ ।