ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୟଶ ନେଲା ବାତ୍ୟାର ରୂପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ ୟଶ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଏହାପରେ ଆସନ୍ତା ୨୬ ତାରିଖରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ପାରଦ୍ୱୀପ-ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ସମୟର ପବନର ବେଗ ୧୬୫ ରୁ ୧୮୫ ରହିପାରେ ବୋଲି ଆକଳନ କରାଯାଉଛି । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ରେ ପହଁଚିବ ।
ଏହି ବାତ୍ୟା ୟଶ ଦ୍ୱାରା ଉପକୂଳ ଓଡିଶାର ୮ ଜିଲ୍ଲା ଅଧିକରୁ ଅଧିକ ପ୍ରଭାବିତ ହେବ । ସେଥିପାଇଁ ଜିଲ୍ଲାଗୁଡିକରେ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ରେଡ ଆଲର୍ଟ କରାଯାଇଥିବା ୮ ଟି ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, କଟକ, ମଞୂରଭଞ୍ଜ ଓ କେନ୍ଦ୍ରପଡା ।