ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜଳୁଛି ସହର । ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ରାଜ୍ୟରେ ଉପରମୁହାଁ ପାରଦ । ସକାଳୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ । ସେହିପରି ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରି ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ।
ସେପଟେ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୧୩ ଜିଲ୍ଲା ଓ ଉଷ୍ମ ଏବଂ ଆଦ୍ର ପାଣିପାଗ ନେଇ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।