ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭିଜିବ ରାଜ୍ୟ । ଆସୁଛି ଲଘୁଚାପ । ଦକ୍ଷୀଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ୧୫ ତାରିଖ ବେଳକୁ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ଏହାର ପ୍ରଭାବରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଅନ୍ତର୍ଜାତୀୟ ବିଜ୍ଞାନୀ ଜାସନ ନିକୋଲାସଙ୍କ ଆକଳନ ଅନୁଯାୟୀ, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଟ୍ରିପକାଲ ଡେଭଲମେଣ୍ଟର ସମ୍ଭାବନା ରହିଛି ।