ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାତ୍ୟା ଜୱାଦ ପ୍ରଭାବରେ ପାଣି ପାଗ ବିଭାଗ ପକ୍ଷରୁ କଟକ ଓ ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ବିପଦ ଟଳିଥିଲେ ମଧ୍ୟ ଜୱାଦ ଗଭୀର ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଜାରି ରହିଥିବା ବେଳେ ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।