ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ପାଗ ମେଘୁଆ । ଆସନ୍ତା ୧୦ ତାରିଖରୁ ଆହୁରି ବଢିବ ଶୀତ । ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୨ ଦିନ ମଧ୍ୟରେ ରାତି ତାପାମାତ୍ରା ସ୍ୱଭାବିକଠୁ ୩ ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ,ଆଜି ରାଜ୍ୟର କିଛି ସ୍ଥାନ ସ୍ୱଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖରୁ ପାଗରେ ପରିବର୍ତ୍ତନ ଆସି ପାଗ ଶୁଖିଲା ରହିବ ।
ସୂଚନାଯୋଗ୍ୟ, ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।