ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାନୁଆରୀ ମାସରେ ହେବ କମ୍ ଶୀତ । ରାତି ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଯାହାଫଳରେ କମ ଶୀତ ଅନୁଭୂତ ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଜାନୁଆରୀ ମାସରେ ରାଜ୍ୟରେ ଶୀତ ଲହରି ଦେଖାଦେବନି । କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ କୁହୁଡି ଦେଖାଯିବ ।