ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଅସହ୍ୟ ଜାଡରେ ଥରୁଛି ଓଡିଶା । ଦିନକୁ ଦିନ ଥଣ୍ଡା ପ୍ରକୋପ ବଢିବାରେ ଲାଗିଛି । ୧୩ ଡିଗ୍ରୀ ତଳେ ରହିଛି ୧୨ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏବଂ କୋରାପୁଟ ଜିଲ୍ଲା ସେମିଳିଗୁଡାରେ ସର୍ବନିମ୍ନ ତାପାମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି ।
ଏହାସହିତ କୁହୁଡି ଚାଦରରେ ଢାଙ୍କି ହୋଇ ରହୁଛି ଅନେକ ସ୍ଥାନ ସକାଳ ୯ଟାରେ ଯାଏଁ କୁହୁଡି ଲାଗି ରହୁଛି । ରାସ୍ତାରେ ଯିବା ଅସମ୍ଭବ ହୋଇ ପଡୁଛି । ଦୁରରୁ ରାସ୍ତାଘାଟ କିଛି ଦୃଶ୍ୟମାନ ହେଉନାହିଁ ।