ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାର୍ଚ୍ଚ ମାସ ଆରମ୍ଭରୁ ରାଜ୍ୟରେ ଭିଷଣ ତାତି ଅନୁଭୂତ ହେଉଥିବା ବେଳେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା ଆହୁରୀ ବୃଦ୍ଧି ହେବ । ସ୍ୱଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ । ଆସନ୍ତା ୨୮ ତାରିଖ ପରେ ଉପକୂଳ ଓଡିଶାରେ ସ୍ୱଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଅନ୍ୟପଟେ ଦକ୍ଷୀଣ ଓଡିଶା ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ମଧ୍ୟ ରହିଛି ।