ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅକ୍ଟୋବର ଓ ନଭେମ୍ବର ମାସରେ ସ୍ୱଭାବିକଠାରୁ ଅଧିକ ତାପମାତ୍ରା ରହିପାରେ । ଯାହାଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବାର ସମ୍ଭାବନା ରହିଛି । ଏନେଇ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ସେ କହିଛନ୍ତି କି, ରାଜ୍ୟରେ ଅକ୍ଟୋବର ମାସରେ ସ୍ୱଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାମାନଙ୍କରେ ଅଧିକ ବର୍ଷିବ । ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ସ୍ୱଭାବିକଠାରୁ ଅଧିକ ତାପମାତ୍ରା ରହିବ । ଯାହାଦ୍ୱାରା ରାଜ୍ୟକୁ ବିଳମ୍ବରେ ଆସିବ ଶୀତ ।