ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜି କାଳବୈଶାଖୀ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବର୍ଷା ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଘଡଘଡି ବିଜୁଳି ମଧ୍ୟ ମାରିବ । ଏହାସହିତ କୁଆପଥର ପଡିବାର ସମ୍ଭାବନା ମଧ୍ୟ ରହିଛି ।
ଆସନ୍ତା ମେ ୨ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ଯାହାଦ୍ୱାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ନାହିଁ ।