ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂଜା ପାଇଁ ଉତ୍ସବ ମୁଖର ପୁରା ପରିବେଶ । ଆଜି ନବରାତ୍ରୀର ମହାଷ୍ଟମୀ ପୂଜା । ଏହି ଅବସରରେ ମା ଦୁର୍ଗାଙ୍କର ଅଷ୍ଟମ ସ୍ୱରୂପ ମା ମହାଗୌରୀଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି ।
ପୌରାଣିକ କଥାନୁସାରେ ଭଗବାନ ଶିବଙ୍କୁ ପାଇବା ପାଇଁ ପାର୍ବତୀ କଠୋର ତପସ୍ୟା କରିଥିଲେ । ଯେଉଁଥିପାଇଁ ମାଙ୍କ ରଙ୍ଗ କଳା ପଡିଯାଇଥିଲା । ଏହାପରେ ଭଗବାନ ଶିବ , ପାର୍ବତୀଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ତାଙ୍କୁ ପୁର୍ନବାର ଗୌର ବଣ୍ଣ କରିଦେଇଥିଲେ । ସେବେଠାରୁ ପାର୍ବତୀଙ୍କୁ ମହାଗୌରୀ ରୂପେ ଜଣାଯାଇଥାଏ ।
ମହାଗୌରୀଙ୍କ ଏହି ସ୍ୱରୂପ ସମସ୍ତ ଗୌର ରଙ୍ଗର ବସ୍ତ୍ର ଏବଂ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ଙ୍କର ଚାରୋଟି ଭୂଜ ରହିଛି । ମା’ ବୃଷଭ ଉପରେ ବସି ହସ୍ତରେ ଅଭୟ ମୁଦ୍ରା , ତ୍ରୀଶୁଳ, ଡମ୍ବରୁ ଏବଂ ବର ମୁଦ୍ରା ଧରି ଧରା ପୃଷ୍ଠରେ ବିରାଜମାନ କରିଥାନ୍ତି ।