ଏଟିଆର ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ କମ୍ପୁଛନ୍ତି ଶ୍ରିଜିଉ । ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ଚିକିତ୍ସା । ଆଜି ଅଣସରର ସପ୍ତମ ଦିବସ ।
ପଞ୍ଚମୀ ତିଥିରେ ଫୁଲୁରି ତେଲ ଲାଗି ହେବା ପରେ ଷଷ୍ଠୀରୁ ଆରମ୍ଭ ହୋଇଛି ଓଷ ଲାଗି । ଏହା ଦଶମୀ ତିଥି ଯାଏଁ ଲାଗୁ କରାଯିବ ।