ପୁରୀ (ଏଟ୍ରିାର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । କରାଯିବ ଶ୍ରୀଜିଉଙ୍କ ମୁଖ ଶୃଙ୍ଗାର । ଏହା ଏକ ଗୁପ୍ତ ନୀତି । ଏନେଇ ୪ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ଶ୍ରୀଜିଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନକଲାଗି ନୀତି ପାଇଁ ହରିତାଳ, ହିଙ୍ଗୁଳା,କେଶର, ଶଙ୍ଖ, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ସେବାୟତମାନେ ଶ୍ରୀଜିଉଙ୍କ ମୁଖ ଶୃଙ୍ଗାର କରିଥାନ୍ତି । ଏହି ନୀତି ସମ୍ପୂର୍ଣ୍ଣ ଭାବେ ଗୋପନୀୟ ଭାବେ କରାଯାଇଥାଏ ।