ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ହିନ୍ଦୁଧର୍ମର ପ୍ରତ୍ୟେକ ବ୍ୟକ୍ତିଙ୍କ ଅଗଣା, ବାଲକୋନି କିମ୍ବା ଛାତରେ ତୁଳସୀ ଗଛ ଟିଏ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଗୁଣକାରୀ ତୁଳସୀ ଗଛଟି କେଉଁ କୋଣରେ ରହିବା ଉଚିତ୍? ସଠିକ୍ କୋଣରେ ଏହି ପବିତ୍ର ଗଛକୁ ଲଗାଇବା ଦ୍ୱାରା ଶୁଭ ହୋଇଥାଏ । ମାତ୍ର ଭୁଲ୍ କୋଣରେ ଲଗାଇବା ଦ୍ୱାରା ଏହାର ପ୍ରଭାବ ପଡିଥାଏ ।
ତୁଳସୀ ଗଛ କଦାପି ଦକ୍ଷୀଣ କୋଣରେ ରହିବା ଉଚିତ୍ ନୁହେଁ । ଏଭଳି ସ୍ଥାନରେ ରହିବା ଉଚିତ୍ କି ଯେପରି ଘରର କୌଣସି ସଦସ୍ୟଙ୍କ ଛାଇ ନ ପଡେ । ସିଧା କହିବାକୁ ଗଲେ ଏହି ଗଛକୁ ଏକାନ୍ତ ରଖିବା ଉଚିତ୍ ।
ଆପଣଙ୍କ ଘରେ କୌଣସି ବିପଦ ଆସିବା ପୂର୍ବରୁ ତୁଳସୀ ଗଛ ସଂକେତ ଦେଇଦେଇଥାଏ । ଆଜ୍ଞା ହଁ, ଯଦି ଆପଣଙ୍କ ଉପର କୌଣସି ବିପଦ ଆସେ ତେବେ ତୁଳସୀ ଗଛ ଶୁଖିବା ଆରମ୍ଭ ହେବା ସହ ଏହାର ରଙ୍ଗ ବଦଳାଇଥାଏ । ଏହାସହିତ ଯଦି ଆପଣଙ୍କ ଉପରେ କୌଣସି ଗ୍ରହର ଅଶୁଭ ପ୍ରଭାବ ପଡିବାକଚ ଅଛି ତେବେ ତୁଳସୀ ଗଛର ରଙ୍ଗ ପରିବର୍ତ୍ତନ ହୋଇଥାଏ ।
ତୁଳସୀର ଚମକ୍ରାରୀ ଉପାୟ:
- ଯଦି ସନ୍ତାନ ସନ୍ତତି ଆପଣଙ୍କର କୌଣସି କଥା ମାନୁନଥାନ୍ତି ତେବେ ତୁଳସୀ ଗଛକୁ ପୂର୍ବ କୋଣରେ ରଖି ଦିଅନ୍ତୁ । ଏହାସହିତ ପ୍ରତିଦିନ ତିନୋଟି ତୁଳସୀ ପତ୍ର ଆପଣଙ୍କ ସନ୍ତାନକୁ ଖୁଆଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ସନ୍ତାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଯିବ । କିନ୍ତୁ ଧ୍ୟାନ ରଖିଥିବେ କି ଯେପରି ମଙ୍ଗଳବାର ଏବଂ ରବିବାର ତୁଳସୀ ପତ୍ର ନ ଛିଡାନ୍ତି ।
- ଯଦି ଆପଣଙ୍କ ଝିଅର ବାହାଘରକୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ବିବାହ ଯୋଗ୍ୟ କନ୍ୟାକୁ ତୁଳସୀ ଗଛରେ ଜଳ ଅର୍ପଣ କରି ୫ ଥର ପରିକ୍ରମା କରିବାକୁ କୁହନ୍ତୁ । ଶ୍ରଦ୍ଧା ଏବଂ ବିଶ୍ୱାସର ସହ ଏହି ଉପାୟ କଲେ ନିଶ୍ଚିତ ରୂପେ ମାଙ୍କ କୃପାଲାଭ ହୋଇଥାଏ । ଖୁବ୍ ଶୀଘ୍ର ବିବାହ ସମ୍ପନ୍ନ ହୋଇଥାଏ ।
- ଯଦି ବ୍ୟବସାୟରେ କ୍ଷତି ହେଉଛି ତେବେ ପଶ୍ଚିମ କୋଣରେ ତୁଳସୀ ଗଛ ଲଗାଇ ଶୁକ୍ରବାର ଦିନ କଞ୍ଚା ଖୀର ଅର୍ପଣ କରି ମିଠା ଭୋଗ ଲଗାନ୍ତୁ । ଏହି ଉପାୟ କରିବା ଦ୍ୱାରା ବେପାରରେ ଉନ୍ନତି ହୋଇଥାଏ ।
- ଏହାବ୍ୟତିତ ଯଦି ଘରେ ପ୍ରତ୍ୟେକ ଦିନ ଝଗଡା ଲାଗି ରହିଥାଏ ତେବେ ସେଥିରୁ ନିବୃତ୍ତ ହେବା ପାଇଁ ରୋଷେଇ ଘର ପାଖାପାଖି ତୁଳସୀ ଗଛ ଲଗାନ୍ତୁ । ଏହାଦ୍ୱାରା ଚମକ୍ରାରୀ ଲାଭ ହେବ ।
- ଘରୁ ବାସ୍ତୁ ଦୂର କରିବାକୁ ହେଲେ ତୁଳସୀ ଗଛ ସହ ଶାଳଗ୍ରାମ ସ୍ଥାପନା କରନ୍ତୁ । ନିୟମିତ ପଞ୍ଚାମୃତ ଦ୍ୱାରା ଏହି ଗଛକୁ ପୂଜନ୍ତୁ ।