ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପାନର ଅନେକ ମହତ୍ୱ ରହିଛି । ଏହାକୁ ପୂଜା ପାଠ ରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ଶୁଭ ସଂକେତ ଭାବେ ବ୍ୟବହାର କରାଯାଇଥାଏ । କୁହାଯାଏ କି ସମୁଦ୍ର ମନ୍ଥନ ସମୟରେ ପ୍ରଥମ ଥର ପାନ ପତ୍ର ଉପଯୋଗ କରାଯାଇଥିଲା । ସେବେଠୁୁ ଏହି ପତ୍ରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଉଛି । ତେବେ ଆସନ୍ତୁ ଜାଣିବା ପାନ ର କିଛି ଉପକାରୀ ଗୁଣ ସମ୍ପର୍କରେ..
– ଘରୁ ବାହାରିଲା ବେଳେ ପକେଟରେ ପାନ ପାନ ପତ୍ର ରଖି ବାହାରନ୍ତୁ । ଏହାଦ୍ୱାରା ଯେକୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
– ଭଗବାନ ଗଣେଶଙ୍କୁ ବିଡିଆ ପାନ ଅର୍ପଣ କରନ୍ତୁ । ଏହାଦ୍ୱାରା ଜୀବନରେ ସମସ୍ତ ସଙ୍କଟରୁ ମୁକ୍ତି ପାଇ ପାରିବେ । ଯଦି ଆପଣ ପାନ ସେବନ କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ଶୁଭ ବାର ହେଉଛି ବୁଧବାର । ଏହିଦିନ ପାନ ସେବନ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢିଥାଏ ।
– ଘରର ମୁଖ୍ୟ ଦ୍ୱାରରେ ପ୍ରତିଦିନ ତାଜା ପାନ ପତ୍ର ଟାଙ୍ଗନ୍ତୁ । ଏଭଳି କରିବା ଦ୍ୱାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ।
– ଶ୍ରାବଣ ମାସରେ ମହାଦେବଙ୍କୁ ପାନ ପତ୍ର ଅର୍ପଣ କରନ୍ତୁ । ଫଳରେ ସମସ୍ତ ମନସ୍କାମନା ପୂରଣ ହେବ ।
– ଯଦି କୌଣସି ବ୍ୟକ୍ତିଙ୍କୁ ନଜର ଦୋଷ ଲାଗିଛି ତେବେ ସେଥିପାଇଁ ପାନ ପତ୍ର ଉପରେ ସାତୋଟି ଗୋଲାପ ପାଖୁଡା ରଖି ସେହି ବ୍ୟକ୍ତିଙ୍କ ସାମ୍ନାରେ ବୁଲାନ୍ତୁ ।