ପୁରୀ (ଏଟିଆର): ଆଜି ଶ୍ରୀକ୍ଷେତ୍ରରେ ଭଉାଁର ଯାତ୍ରା । ଚନ୍ଦରଯାତ୍ରାର ବିଂଶ ଦିବସରେ ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ ଖୁବ୍ ଆଡମ୍ବରର ସହିତ ପାଳିତ ହୋଇଥାଏ । ଏହିଦିନ ଶ୍ରୀଜିଉମାନେ ପଟୁଆରରେ ବିଭିନ୍ନ ବାଦ୍ୟ , ନାଗା, ମେଢ, ସଂକିର୍ତ୍ତନ ଆଦିରେ ଯାଇଥାନ୍ତି । ଏହାସହିତ ଶ୍ରୀଜିଉମାନେ ଗଜଦନ୍ତ ନର୍ମିତ ମଣିବିମାନ ଓ ହିନ୍ଦୋଳରେ ବିଜେ କରିଥାନ୍ତି ।
ଏହିଦିନ ଶ୍ରୀଜିଉମାନେ ଚାପକୁ ବିଜେ କରିବା ସମୟରେ ବିଭିନ୍ନ ଆତସବାଜି ହୋଇଥାଏ । ରାତ୍ରିଚାପରେ ନରେନ୍ଦ୍ର ପୁଷ୍କରଣୀରେ ପ୍ରତିକୋଣରେ ସାତ ଘେରା ଲେଖାଏଁ ମୋଟ ୨୧ ଘେରା ନୌବିହାର କରିଥାନ୍ତି ।