ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣଙ୍କ ଘରେ ଥିବା ସାଧାରଣ ଝାଡୁ ସହ ଆପଣଙ୍କର ଭାଗ୍ୟ ଜଡିତ ଅଛି । ଆଜ୍ଞା ହଁ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । ସାଧାରଣ ଦେଖା ଯାଉଥିବା ଝାଡୁ ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡୁ ଏବଂ ମା’ଲକ୍ଷ୍ମୀଙ୍କ ମଧ୍ୟରେ ଗଭୀର ସଂପର୍କ ରହିଛି ।
ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ଝାଡୁର ଅପମାନ କରାଯାଇଥାଏ, ସେହି ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ । ଏହାସହିତ ସେହି ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଝାଡୁ ସହ ଜଡିତ କିଛି ଏଭଳି କଥା ଯାହା ଆପଣଙ୍କୁ ଜାଣିବା ଜରୁରୀ ।
ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ମାରିବା ଅଶୁଭ ହୋଇଥାଏ । ସଂନ୍ଧ୍ୟା ସମୟରେ ଏବଂ ରାତିରେ ଘରେ ଝାଡୁ ମାରିବାର ଅର୍ଥ ହେଉଛି ଅନେକ ସମସ୍ୟାକୁ ଆମନ୍ତ୍ରଣ କରିବା ।
ପ୍ରାୟତଃ ଘରମାନଙ୍କରେ ଯେକୌଣସି ସ୍ଥାନରେ ଝାଡୁକୁ ପକେଇ ଦିଆଯାଇଥାଏ । ଏଭଳି କଦାପି କରନ୍ତୁ ନାହିଁ । ସର୍ବଦା ଝାଡୁକୁ ଉତ୍ତର କୋଣରେ ଲୁଚେଇକି ରଖିବା ଉଚିତ୍ । ଯେମିତି କୌଣସି ବ୍ୟକ୍ତିଙ୍କ ନଜର ଝାଡୁ ଉପରେ ନପଡେ । ଏହାସହିତ ବିଲକୁଲ ଝାଡୁକୁ ପାଦରେ ସ୍ପର୍ଶ କରନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଝାଡକୁ ପାଦରେ ଦଳି ଘରକୁ ଯାଇଛନ୍ତି, ତେବେ ଏହାଦ୍ୱାରା ଲକ୍ଷ୍ମୀ ରାଗିଯାଇଥାନ୍ତି ।