ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଯଦି କୌଣସି ବ୍ୟକ୍ତି ଶୁଭ କାମରେ ବାହାରିଛନ୍ତି ସେହି ସମୟରେ କୌଣସି ବ୍ୟକ୍ତି ଛିଙ୍କି ଦେଉଛନ୍ତି, ତେବେ ତାହା ଅଶୁଭ ବୋଲି କୁହାଯାଇଥାଏ । ସେହିଭଳି କୁକୁର କାନ୍ଦିବା ଏବଂ ରାସ୍ତାରେ ଗଲା ବେଳେ ବିଲେଇ ରାସ୍ତା କାଟିବାକୁ ମଧ୍ୟ ଅଶୁଭ ବୋଲି କୁହାଯାଏ । ଏଭଳି ଅନେକ ଜିନିଷ ଅଛି ଯାହାକୁ ଲୋକେ ଏବେ ବି ବିଶ୍ୱାସ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ରରେ ବିଲେଇକୁ ରାହୁଙ୍କ ସବାରୀ ବୋଲି କୁହାଯାଇଥାଏ । ଯେଉଁ ବ୍ୟକ୍ତିଙ୍କ ଜାତକରେ ରାହୁ ଶୁଭ ନଥାନ୍ତି ସେମାନଙ୍କୁ ରାହୁଙ୍କ ଅଶୁଭ ପ୍ରଭାବରୁ ରକ୍ଷା କରିବା ପାଇଁ ବିଲେଇ ପାଳିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ରାସ୍ତାରେ ବିଲେଇ ପାସ୍ ହେବାର ଶୁଭ ଏବଂ ଅଶୁଭ ସଂକେତ ବିଷୟରେ..
– ଯଦି ଆପଣ କୌଣସି ସ୍ଥାନକୁ ଗଲା ବେଳେ ରାସ୍ତାରେ ବିଲେଇଟି ବାମ ପଟରୁ ଦକ୍ଷୀଣ ପଟକୁ ଯାଉଥାଏ ତେବେ ତାହା ଖୁବ୍ ଅଶୁଭ ।
– ସେହିପରି ଯାତ୍ରା କରିବା ସମୟରେ ବିଲେଇଟି ଦକ୍ଷୀଣ ପଟରୁ ବାମ ପଟକୁ ଯାଉଥାଏ, ତେବେ ତାକୁ ଶୁଭ ସଂକେତ ବୋଲି କୁହାଯାଏ । ଯଦି ଆପଣଙ୍କ ସହିତ ଏଭଳି କିଛି ହେଉଛି ତେବେ ଆପଣ ରାସ୍ତାରେ ନଅଟକି ଆଗକୁ ମାଡି ଚାଲନ୍ତୁ ।
– ଯଦି ଘରେ ରଖା ଯାଇଥିବା ଖୀରକୁ ବିଲେଇ ପିଇ ଦେଉଛି ତେବେ ତାହା ଟଙ୍କା ହାନିକାରକର ସଂକେତ ।
– ସେହିପରି ଯଦି କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ଅଛନ୍ତି ଏବଂ ତାଙ୍କ ଉପରେ ବିଲେଇ ଡେଇଁକି ପଳଉଛି ତେବେ ତାହା ଅଶୁଭ ସଂକେତ ।