ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭଗବାନ ଶଙ୍କରଙ୍କୁ ଶହାଂରକର୍ତ୍ତା ବୋଲି କୁହାଯାଇଥାଏ । ସୃଷ୍ଟିର ଉତ୍ପତ୍ତି, ସ୍ଥିତି ଏବଂ ସଂହାରର ଅଧିପତି ହେଉଛନ୍ତି ଶିବ । ତ୍ରିଦେବ ମଧ୍ୟରେ ଜଣେ ହେଉଛନ୍ତି ଶିବ ।
ସେହିପରି ସୋମବାରକୁ ଭଗବାନ ଶଙ୍କରଙ୍କୁ ସମର୍ପିତ କରାଯାଇଛି । ଏହିଦିନ ପୁରା ବିଧି ବିଧାନର ସହ ଶଙ୍କରଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଏହାସହିତ ଏହିଦିନ ଶିବଙ୍କ ମନ୍ତ୍ର ମଧ୍ୟ ଜପା ଯାଇଥାଏ ।
ଶାସ୍ତ୍ର ଅନୁସାରେ ସୋମବାର ଦିନ ଯଦି ଶିବଙ୍କ ବ୍ରତ ରଖିବେ ତେବେ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହିଦିନ କେବଳ ଶଙ୍କରଙ୍କର ନୁହେଁ ବରଂ ମାତା ପାର୍ବତୀଙ୍କର ମଧ୍ୟ ପୂଜା-ଅର୍ଜନା କରାଯାଇଥାଏ ।
ଯେଉଁ ବ୍ୟକ୍ତି ସୋମବାର ବ୍ରତ ରଖିବେ ସେ ଦିନରେ କେବଳ ଗୋଟେଥର ଭୋଜନ ଗ୍ରହଣ କରିବା ଉଚିତ୍ । ପୂଜା ସମୟରେ ବ୍ୟକ୍ତିଙ୍କୁ ଭୋଳାଶଙ୍କରଙ୍କ କଥା ଜରୁରୀ ପଢିବା ଉଚିତ୍ । ଏହାସହିତ ଭୋଳାନାଥଙ୍କ ମନ୍ତ୍ର ମଧ୍ୟ ଜପିବା ନିହାତି ଜରୁରୀ ।
ତେବେ ଆସନ୍ତୁ ଜାଣିବା ଶିବଙ୍କ ମନ୍ତ୍ର ବିଷୟରେ..
ମହାମୃତ୍ୟୁଞ୍ଜୟ ମନ୍ତ୍ର:- ଓଁ ତ୍ରମ୍ବକଂ ୟଜାମହେ ସୁଗନ୍ଧିଂ ପୃଷ୍ଟବର୍ଦ୍ଧନମ
ଉର୍ବାରୁକମିବ ବନ୍ଧନାନ ମୃତ୍ୟୋର୍ମୁଖୀୟ ମାମୃତାତ୍ । ।
ଶିବଙ୍କ ମୂଳ ମନ୍ତ୍ର:- ଓଁ ନମଃ ଶିବାୟ । ।
ଶିବଙ୍କ ପ୍ରଭାବଶାଳୀ ମନ୍ତ୍ର:- ଓମ୍ ସାଧୋ ଜାତୟେ ନମଃ
ଓମ୍ ବାମ ଦେବାୟ ନମଃ । ।
ଓମ୍ ଅଘୋରାୟ ନମଃ । ।
ଓମ୍ ତତ୍ପୁରୁଷାୟ ନମଃ । ।
ଓମ୍ ଇଶାନାୟ ନମଃ । ।
ଓମ୍ ହିଂ ହøଂ ନମଃ ଶିବାୟ । ।