ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳ ମଧ୍ୟରେ କେଦାରନାଥ ଏବଂ ବଦ୍ରିନାଥ ଧାମ ଖୋଲିବାକୁ ଯାଉଛି । ମେ ୧୭ ରେ କେଦାରନାଥ ଦ୍ୱାର ଖୋଲିବାକୁ ଥିବା ବେଳେ ମେ ୧୮ରେ ଖୋଲିବ ବଦ୍ରିନାଥ ଧାମର ଦ୍ୱାର । ନିର୍ଦ୍ଧାରିତ ସମୟରେ ଧାମର ଦ୍ୱାର ଖୋଲିବ । ମନ୍ଦିରରେ ପୂଜାରି ସମସ୍ତ ରୀତି ନୀତି କରିବେ । କିନ୍ତୁ କରୋନା ପାଇଁ ଚାରିଧାମ ଯାତ୍ରା ସ୍ଥଗିତ ରଖା ଯାଇଛି । କାହାରିକୁ ମନ୍ଦିରକୁ ଅନୁମତି ନାହିଁ । ଏପରିକି ସ୍ଥାନୀୟ ବାସୀନ୍ଦାଙ୍କୁ ମଧ୍ୟ ମନ୍ଦିରକୁ ଅନୁମତି ନାହିଁ । ଅବଶ୍ୟ ବଦ୍ରିନାଥ, କେଦାରନାଥ, ଯମୁନେତ୍ରୀ, ଗଙ୍ଗୋତ୍ରୀ ଧାମରୁ ଦର୍ଶନ କରିିପାରିବେ ଭକ୍ତ । ଏହା କେବଳ ଭର୍ଚୁଆଲି ସମ୍ଭବ ହୋଇପାରିବ । ଏନେଇ ଦେବସ୍ଥାନମ ବୋର୍ଡ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏନେଇ ଉତ୍ତରାଖଣ୍ଡର ପର୍ଯ୍ୟଟନ ସଚିବ ଦିଲ୍ଲୀପ ଜାଭଲକର କହିଛନ୍ତି କି, ଚାରିଧାମ ଯାତ୍ରା ସ୍ଥଗିତ ରହିବା ସତ୍ୱେ ବଦ୍ରିନାଥ, କେଦାରନାଥ ସମେତ ଚାରିଧାମର ଦର୍ଶନ କରିପାରିବେ ଭକ୍ତ । ଭର୍ଚୁଆଲି ଦର୍ଶନ ବ୍ୟବସ୍ଥା ଜାରି ରହିବ ।