ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୋଲବମ୍ ପାର୍ କରେଗା ଚାରିଆଡେ ଏହି ଶଦ୍ଧ ଶୁଣିବାକୁ ମିଳୁଛି । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟରେ ଥିବା ସମସ୍ତ ଶୈବପୀଠରେ କାଉଡିଆଙ୍କ ଭିଡ ଜମିଛି । ଭକ୍ତମାନେ ଯିଏ ଜାହାର ମାନସିକ ଅନୁଯାୟୀ ଶିବଲିଙ୍ଗରେ ଜଳାଭିଶେଖ କରି ଆର୍ଶିବାଦ ଭିକ୍ଷା କରୁଛନ୍ତି ।
ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରଯାଇଛି । ମୁଖ୍ୟତଃ ଲିଙ୍ଗରାଜ ମନ୍ଦିର ଏବଂ ପୁରୀର ଲୋକନାଥ ମନ୍ଦିର ଚଳଚଞ୍ଚଳ ହୋଇ ପଡିଛି ।