ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଶ୍ରାବଣ ମାସର ଚତୁର୍ଥ ପାଳି ତଥା ଶେଷ ପାଳି ସୋମବାର । ଏହି ପାଳିରେ ରାଜ୍ୟର କୋଣ ଅନୁକୋଣରେ ଥିବା ଭକ୍ତମାନେ ମହାଦେବଙ୍କ ଲିଙ୍ଗରେ ଜଳ ଲାଗି କରିଛନ୍ତି । ଏଥିଲାଗି ରାଜ୍ୟରେ ଥିବା ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି ।
ଶୈବପୀଠ ମାନଙ୍କର କାଉଡିଆ ମାନଙ୍କ ଭିଡ ଦେଖିବାକୁ ମିଳିଛି । ଯିଏ ଯାହାର ମାନସିକ ମନାଷୀ ମହାଦେବଙ୍କଠାରେ ଗୁହାରି କରିଛନ୍ତି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବର୍ଷା ଲାଗି ରହିବା ସତ୍ୱେ ମଧ୍ୟ ମୁଖ୍ୟତଃ ରାଜ୍ୟର ପ୍ରମୁଖ ଶୈବପୀଠ ଯେପରି ଲୋକନାଥ, ଲିଙ୍ଗରାଜ, ଆଖଣ୍ଡଳମଣି ଏବଂ ପଞ୍ଚଲିଙ୍ଗେଶ୍ୱରଠାରେ ଅଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।