ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶନିଦେବଙ୍କ ନାଁ ଆସିଲା ମାତ୍ରେ କିଛି ଲୋକ ଭୟଭୀତ ହୋଇପଡନ୍ତି । କାରଣ ସେମାନେ ଭାବନ୍ତି କି ଶନି ଅନିଷ୍ଟକାରୀ ଦେବତା । କିନ୍ତୁ ସମ୍ପୂର୍ଣ୍ଣ ଭୁଲ । ବ୍ୟକ୍ତିଙ୍କ କର୍ମ ଅନୁସାରେ ହିଁ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି ଶନିଦେବ । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ଶନିଦେବଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସରଳ ଉପାୟ ହେଉଛି ସମସ୍ତ କାର୍ଯ୍ୟ ନ୍ୟାୟ ଏବଂ ନୀତି ସମ୍ପନ୍ନ ହେବା ଉଚିତ୍ । ଏଭଳି ବ୍ୟକ୍ତିଙ୍କ ଉପରେ ଶନିଦେବ କଦାପି ଅସୁନ୍ତୁଷ୍ଟ ହୁଅନ୍ତି ନାହିଁ । ଏହାପରେ ଯଦି ଶନିଦେବ କୌଣସି କାରଣ ପାଇଁ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ତେବେ ଶନିବାର ଦିନ ଶନି ଚାଲିଶା ପାଠ କରିବା ଲାଭ ଦାୟକ ହୋଇଥାଏ ।
ଧାର୍ମିକ ମାନ୍ୟତାନୁସାରେ ଯଦି ନୈତିକ କର୍ମ କରିବା ସମୟରେ ବ୍ୟକ୍ତି ଶନି ଚାଳିଶା ପାଠ କରନ୍ତି ତେବେ ତାଙ୍କୁ ସମସ୍ତ ସମସ୍ୟାରୁ ରକ୍ଷା କରିଥାନ୍ତି ଶନିଦେବ । ସେଥିପାଇଁ ଶନିବାର ବା ମଙ୍ଗଳବାର ସନ୍ଧ୍ୟାରେ ଶନି ଚାଳିଶା ପାଠ କରିବା ଉତ୍ତମ ଫଳଦାୟକ ହୋଇଥାଏ । ଓସ୍ତ ଗଛ ମୂଳେ, ଶନିମନ୍ଦିରରେ ବା ହନୁମାନ ମନ୍ଦିରରେ ଶନି ଚାଳିଶା ପାଠ କରିବା ଉଚିତ୍ । ଏହାସହିତ ଚାଳିଶା ପାଠ କରିବା ସମୟରେ ଯଦି ଶୋରିଷ ତେଲରେ ଦୀପ ଜାଳିବେ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।