ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ପିତୃପକ୍ଷ । ଏହି ଅବସରରେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଶ୍ରାଦ୍ଧ ଦିଆଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସାମର୍ଥ୍ୟ ଅନୁସାରେ ଶ୍ରାଦ୍ଧ ଦେଇଥାନ୍ତି । ଯାହାଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ଏବଂ ପିତୃଦୋଷରୁ ମୁକ୍ତି ମିଳିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଜୀବନରେ ପିତୃଦୋଷ ଲାଗିଥାଏ ତାଙ୍କର କୌଣସି ପ୍ରକାରର ଉନ୍ନତି ହୋଇନଥାଏ । ପିତୃଦୋଷ ପାଇଁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଅଟକି ଯାଇଥାଏ ।
ଯଦି କୌଣସି ବ୍ୟକ୍ତି ଆର୍ଥିକ ଅଭାବ ପାଇଁ ଶ୍ରାଦ୍ଧ ଦେଇ ପାରୁ ନାହାନ୍ତି ତେବେ କିଛି ଉପାୟ ରହିଛି ତାକୁ କରିପାରିବେ ।
– ଯେଉଁ ସ୍ଥାନରେ ଆପଣ ପିଇବା ପାଣି ରଖୁଥିବେ ସେହି ସ୍ଥାନରେ ସନ୍ଧ୍ୟାରେ ଶୁଦ୍ଧ ଘିଅରେ ଦୀପ ଲଗାନ୍ତୁ । ଏହି ଉପାୟ କରିବା ଦ୍ୱାରା ପିତୃପୁରୁଷ କୃପା ବଳବତ୍ତର ରହିଥାଏ ।
– ସର୍ବ ପିତୃ ଅମାବାସ୍ୟାରେ ଚାଉଳ ଅଟାରେ ୫ ଟି ପିଣ୍ଡ ତିଆରି କରି ନଦୀରେ ଭସାଇ ଦିଅନ୍ତୁ ।
– ଗାଇ ଗୋବରରେ ତିଆରି ଘସିକୁ ଜଳାଇ ସେଥିରେ ଘିଅ, ଯଅ, ରାଶି, ରାଉଳ ମିଶାଇ ଘରେ ଧୂପ ଦିଅନ୍ତୁ ।
– ସୂର୍ଯ୍ୟଦୟ ସମୟରେ କଞ୍ଚା ଖୀର, ଜଅ, ଚାଉଳ ମିଶାଇ ନଦୀରେ ଭସାଇ ଦିଅନ୍ତୁ ।