ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ଘରେ ଦାରିଦ୍ର୍ୟତା ବାସ କରିବା ଆରମ୍ଭ ହୋଇଯାଏ, ସେତେବେଳେ ଘରର ବାତାବରଣ ଖରାପ ହୋଇଯାଇଥାଏ । ଘରର ପ୍ରତ୍ୟେକ ସଦସ୍ୟଙ୍କ ମନ ଦୁଃଖ ରହିଥାଏ । ଶାସ୍ତ୍ର ଅନୁଯାୟୀ ଦାରିଦ୍ର୍ୟତାକୁ ମା’ ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀ ବୋଲି କୁହାଯାଇଥାଏ । ଯିଏ ନିଜ ଭଉଣୀ ଠାରୁ ସଂପୂର୍ଣ୍ଣ ଅଲଗା ।
ଗୋଟେ ପଟେ ମା’ ଲକ୍ଷ୍ମୀଙ୍କ ଘର ପ୍ରବେଶ ଦ୍ୱାରା ସ୍ୱଭାଗ୍ୟ ବଢିଥାଏ,ଅନ୍ୟପଟରେ ଅଲକ୍ଷ୍ମୀ ଘରେ ପ୍ରବେଶ କଲେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଯେତେବେଳେ ଘରେ ଏଭଳି ନକରାତ୍ମକ ସମସ୍ୟା ପ୍ରବେଶ କରିବ ସେହି ସମୟରେ ଘରର ମୁଖ୍ୟ ଦ୍ୱାର ବନ୍ଧରେ ଏଭଳି କିଛି ଜିନିଷ ରଖି ଦିଅନ୍ତୁ । ତାହାଦ୍ୱାରା ଘରେ ଅଲକ୍ଷ୍ମୀ ପ୍ରବେଶ କରିପାରିବ ନାହିଁ । ସର୍ବଦା ଘରେ ପ୍ରାକୃତିକ ଜଳବାୟୁ ପ୍ରବେଶ କରିବା ଉଚିତ୍ । କାରଣ ଏହା ସ୍ୱାସ୍ଥ୍ୟ ଏବଂ ମସ୍ତିସ୍କକୁ ଠିକ୍ ରଖିଥାଏ ।
ଘରର ମୁଖ୍ୟ ଦ୍ୱାରର ପାଖାପାଖି ଫୁଲ ଗଛ ଲଗାନ୍ତୁ । ଏହି ଫୁଲର ବାସ୍ନାରେ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ପ୍ରତିଦିନ ଭଗବାନଙ୍କୁ ତାଜା ଫୁଲ ଅର୍ପଣ କରନ୍ତୁ । ଏବଂ କାଚଦାନୀରେ ମଧ୍ୟ ଘରେ ଫୁଲ ସଜାଇ ପାରିବେ ।
ଘରେ ସକରାତ୍ମକ ଶକ୍ତି ପାଇଁ ମୁଖ୍ୟ ଦ୍ୱାରରେ ବେଲପତ୍ର, ଅଶୋକ,ଆମ୍ବ ଏବଂ ବରପତ୍ରର ତୋରଣ ଲଗାନ୍ତୁ । ନଚେତ୍ ଆପଣ ରଙ୍ଗ ବେରଙ୍ଗର ଫୁଲ ମାଳ ଟାଙ୍ଗି ପାରିବେ । ଯେଉଁଠି ଫୁଲର ବାସ୍ନା ହୁଏ ସେଠି ସକରାତ୍ମକ ଶକ୍ତି ବାତାବରଣକୁ ସୁଦ୍ଧ କରିଦେଇଥାଏ ।ସକାଳ ଏବଂ ସଂନ୍ଧ୍ୟାରେ ଘରେ ଧୂପକାଠି ଜଳାନ୍ତୁ, ଏହାସହିତ ସୁଗନ୍ଧ ଯୁକ୍ତି ମହମବତୀ ଆଦି ଲଗାନ୍ତୁ ।
ପ୍ରତିଦିନ ସକାଳୁ ଉଠି ଘରର କବାଟ ଓ ଝରକା ଆଦି ଖୋଲି ଦିଅନ୍ତୁ । ଚଢେଇମାନଙ୍କର ଚିଁ ଚିଁ ଶଦ୍ଧରେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାସହିତ ସୂର୍ଯ୍ୟ କିରଣ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଘରେ ସୁଖ-ସମୃଦ୍ଧି ପାଇଁ ମା’ ଲକ୍ଷ୍ମୀ ଏବଂ କୁବେରଙ୍କ ଫଟୋ ଲଗାନ୍ତୁ, ଏବଂ ସ୍ୱସ୍ତି ଓ ଶୁଭ-ଲାଭ କୁ ଲାଲ ରଙ୍ଗରେ ଲେଖନ୍ତୁ । ଏଭଳି କରିବା ଦ୍ୱାରା ଘରୁ ଦାରିଦ୍ର୍ୟତା ଦୂର ହୋଇଥାଏ ।