ପୁରୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଏନେଇ ରଥ ନିର୍ମାଣ କରିବା ଲାଗି କାଠ ସଂଗ୍ରହ ଆରମ୍ଭ ହୋଇଯାଇଛି । ଏହାସହିତ ଆଜି ପ୍ରଥମ ପର୍ଯ୍ୟାୟରେ ରଥ କାଠ ଆସି ଶ୍ରୀକ୍ଷେତ୍ର ପୁରୀରେ ପହଁଚିଛି । ପୁରାତନ ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ପୂର୍ବରୁ ଏହି ରଥକାଠ ଆସି ବଡ ଦାଣ୍ଡରେ ପହଁଚିଛି । ଶ୍ରୀନହର ସମ୍ମୁଖରେ ଥିବା ରଥ ଖଳାରେ ଏହାକୁ ରଖାଯିବ । ଦୁଇଟି ଟ୍ରକରେ ବୋଝେଇ ହୋଇ ଆସିଥିବା ଏହି ରଥ କାଠ ସମୁଦାୟ ୫୭ ଖଣ୍ଡ ଅଛି । ଏଥିରୁ ୪ ଖଣ୍ଡ ୨୦ ଫୁଟଣ ଧଉରା କାଠ ରହିବଥିବା ବେଳ ୧୧ ଖଣ୍ଡ ଆସନ କାଠ ରହିଛି ।
ସେହିପରି ଏହି ରଥ କାଠରେ ରହିଛି ୨୨ ଖଣ୍ଡ ୧୨ ଫୁଟିଆ ଧଉରା କାଠ ଏବଂ ୨୦ ଖଣ୍ଡ ଆସନ କାଠ । ରଥନିର୍ମାଣ ପାଇଁ ସର୍ବମୋଟ ୮୬୫ ଖଣ୍ଡ କାଠ ଲାଗିଥାଏ । କିନ୍ତୁ ପୂର୍ବରୁ ରଥଖଳାରେ ୧୯୫ ଖଣ୍ଡ ରଥ କାଠ ବଳକା ହୋଇ ରହି ଥିବାରୁ ଆଉ ମାତ୍ର ୬୭୦ ଖଣ୍ଡ ରଥକାଠ ଅଣାଯିବ ।
ପାରମ୍ପରିକ ଅନୁଯାୟୀ ରଥ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟର ରଥକାଠ ଆସି ରାଜ ନହର ସମ୍ମୁଖରେ ପହଁଚିଛି ।