ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାତା ଲକ୍ଷ୍ମୀଙ୍କୁ ସୌଭାଗ୍ୟ ଦେବୀ ବୋଲି କୁହାଯାଇଥାଏ । ଲକ୍ଷ୍ମୀଙ୍କ ପୁଜା ଜୀବନରେ ସୁଖ ଓ ସମୃଦ୍ଧି ପ୍ରଦାନ କରିଥାଏ ଏବଂ ଦରିଦ୍ର୍ୟତା ଦୂର କରିଥାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ବିଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହି ଦିନ ବିଧାନ ସହ ମା’ଙ୍କର ପୂଜା କରିବା ଦ୍ୱାରା ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ପୁରୁଷତମ ମାସରେ ଭଗବାନ ବିଷ୍ଣୁଙ୍କ ପୂଜାର ବିଶେଷ ମହତ୍ୱ ରହିଛି । ଭଗବାନ ବିଷ୍ଣୁଙ୍କ ପତ୍ନୀ ହେଉଛନ୍ତି ମା’ ଲକ୍ଷ୍ମୀ । ସେଥିପାଇଁ ଲକ୍ଷ୍ମୀଙ୍କ ପୂଜାରେ ଭଗବାନ ବିଷ୍ଣୁ ବି ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଆର୍ଶିବାଦ ପ୍ରାପ୍ତ କରିଥାନ୍ତି ।
ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜାରେ ଲାଲ, ଗୋଲାପ ଏବଂ ହଳଦିଆ ରଙ୍ଗର ରେଶମ ବସ୍ତ୍ର ପ୍ରାୟୋଗ କରନ୍ତୁ । ପୂଜାରେ ପଦ୍ମଫୁଲ ଏବଂ ଗୋଲାପ ଫୁଲ ଚଢାନ୍ତୁ । ଏହାସହିତ ମାଙ୍କ ଠାରେ ପ୍ରସାଦ ରୂପେ ଫଳ, ମିଠା ଲଗାନ୍ତୁ । ଏହାବ୍ୟତିତ ପୂଜାରେ ସୁନ୍ଦୁର, ପାନ, ଗୁଆ, ଲବଙ୍ଗ, ଗୁଜୁରାତି ବି ପ୍ରୟୋଗ କରନ୍ତୁ ।
ପୂଜାରେ ୧୦୮ ଥର ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋପି ବା, ୟଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସଃ ବାହ୍ୱାଭଂତରଃ ସୁଚିଃ । ମନ୍ତ୍ର ଜପନ୍ତୁ ।
ସେହିପରି ସନ୍ଧ୍ୟ ସମୟରେ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ସନ୍ଧ୍ୟାରେ ଘରର ମୁଖ୍ୟ ଦୁଆରେ ଘିଅ ଦୀପ ଜଳାନ୍ତୁ । ଏଭଳି କରିବା ଶୁଭ ହୋଇଥାଏ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ।