ଆଠଗଡ (ଏଟିଆର ବ୍ୟୁରୋ): କଟକ ଜିଲ୍ଲାର ବାବା ଧବଲେଶ୍ୱରଙ୍କ ପୀଠରେ ବଡଓଷା ପାଳିତ ହୋଇଛି । ବାବାଙ୍କଠାରେ ଲାଗି ହୋଇଛି ଗଜଭୋଗ । ରାତି ଗୋଟାଏରୁ ଗଜଭୋଗ ଉଠିବା ଲାଗି ନୀତିକାନ୍ତି ଆରମ୍ଭ ହୋଇଥିଲା ଏହାପରେ ରାତି ୩ ଟାରେ ଉଠିଥିଲା ଗଜଭୋଗ ।
ବାବାଙ୍କ ମହାସ୍ନାନ ପରେ ଗଜଭୋଗ ଲାଗି ହୋଇଥିଲା । କରୋନା ପାଇଁ ବିନା ଭକ୍ତରେ ଚଳିତ ବର୍ଷ ବାବାଙ୍କଠାରେ ଗଜଭୋଗ ଲାଗି ହୋଇଛି । ଚାଉଳ, ଗୁଡ, ମୁଗ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣରେ ବାବାଙ୍କ ପାଇଁ ଗଜଭୋଗ ପ୍ରସ୍ତୁତ ହୋଇଥାଏ ।