ଢେଙ୍କାନାଳ (ଏଟିଆର ବ୍ୟୁରୋ): ଧନ ରତ୍ନର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ । ଧରାପୃଷ୍ଠରେ ମା’ଙ୍କ ଅବତରଣ ପରେ ଖୁବ୍ ଧୁମଧାମରେ ଚାଲିଛି ପୂଜା । ବିଶେଷ କରି ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଢେଙ୍କାନାଳ ବାସୀ । ସେଥିଲାଗି ମା’ଙ୍କର ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଖୁବ୍ ସୁନ୍ଦର ଭାବରେ ସଜା ହୋଇଛି ପୂଜା ମଣ୍ଡପ । ଏହାସହିତ ନାଲି, ନେଳି ସମେତ ବିଭିନ୍ନ ରଙ୍ଗର ଲିଚୁ ମାଳରେ ଝଲସି ଉଠିଛି ଢେଙ୍କାନାଳ ସହର ।
କୁମାର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇଥିବା ମା’ଙ୍କର ଏହି ପୂଜା ଢେଙ୍କାନାଳରେ ୧୦ ଦିନ ଯାଏଁ ଚାଲିବ । ଚଳିତ ବର୍ଷ ୩୮ ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ । ମା’ଙ୍କର ଏହି ପୂଜା ଦେଖିବା ଲାଗି ଢେଙ୍କାନାଳରେ ଜନ ସମାଗମ ଦେଖିବାକୁ ମିଳିଛି । ଏହାସହିତ ମୀନା ବଜାର ଏବଂ ଖେଳ ପଡିଆ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।