ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେଉଁ ଧର୍ମ ବେଦ ଅନୁରୂପ ହୋଇଥାଏ ତାହା ବୈଦିକ ଧର୍ମ । ଏହାକୁ ସନାତନ ଧର୍ମ ବି କୁହାଯାଏ । ସନାତନର ଅର୍ଥ ଶାସ୍ୱତ । ଯାହାର ନା କେବେ ଆଦି ଅଛି ନା ଅନ୍ତ । ଏହା ସୃଷ୍ଟିର ଆରମ୍ଭ ରୁ ହୋଇଥାଏ । ସନାତନ ଧର୍ମରେ ମୂର୍ତ୍ତି ପୂଜାର ମହତ୍ୱ ବିଷୟରେ ଦର୍ଶା ଯାଇଛି ।
ସେହିପରି ଭଗବାନ ବିଷ୍ଣୁ ଙ୍କର ଚର୍ତ୍ତୁଭୂଜ ରହିଛି । ଯେଉଁଥିରେ ସେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧାରଣ କରିଛନ୍ତି । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଭଗବାନ ବିଷ୍ଣଙ୍କ ଚର୍ତ୍ତୁଭୂଜ ରେ ଧାରଣ ହୋଇଥିବା ଏହି ଚିହ୍ନ କେଉଁ ଗୁଣର ପ୍ରତିକ ଏବଂ ଏହାଦ୍ୱାରା ଆପଣଙ୍କୁ କି ପ୍ରକାରର ଶିକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା..
ଶଙ୍ଖ: ଭଗବାନ ବିଷ୍ଣ ଧାରଣ କରିଥିବା ଶଙ୍ଖ ନାଦ ହେଉଛି ଧ୍ୱନିର ପ୍ରତିକ । ଆଧ୍ୟାତ୍ମରେ ଶଙ୍ଖର ଧ୍ୱନି ଓ ଓଁ ଧ୍ୱନି ସମାନ ହୋଇଥାଏ । ଏହା ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଏହି ଧ୍ୱନି ଆମକୁ ଶିକ୍ଷା ଦେଇଥାଏ କି ଏଭଳି ନାଦ ଆମ ଶରୀରରେ ରହିଛି । ତାହା ହେଉଛି ଆତ୍ମ ନାଦ । ଯାହାକୁ ଆତ୍ମାର ସ୍ୱର କୁହାଯାଏ । ଏହାବ୍ୟତିତ ଶଙ୍ଖ ବଜାଇବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯଦି ଆପଣ ଶରୀର ଭିତରେ ଏହି ନାଦକୁ ଶୁଣି କାମ କରିବେ, ତେବେ ଜୀବନ ଖୁବ୍ ସହଜ ଏବଂ ସରଳ ହୋଇଯିବ । ସର୍ବଦା ଶଙ୍ଖ ବଜାଉଥିବା ବ୍ୟକ୍ତିଙ୍କର ଫୁସଫୁସ୍ ସୁଚାରୁ ରୂପେ କାର୍ଯ୍ୟ କରିଥାଏ ।
ଚକ୍ର: ଭଗବାନ ବିଷ୍ଣୁଙ୍କ ଅମୋଘ ଅସ୍ତ୍ର ହେଉଛି ସୁଦର୍ଶନ ଚକ୍ର । ଏହା ଦୂରଦର୍ଶିତା ଏବଂ ଦୃଢ ସଂକଳ୍ପର ପ୍ରତିକ । ଶୁଭ ମାର୍ଗରେ ଚାଲି ଦୃଢ ସଂକଳ୍ପତି ବ୍ୟକ୍ତି ସର୍ବଦା ଲକ୍ଷ୍ୟ ସ୍ଥଳରେ ପହଁଚିବାରେ ବିଜୟୀ ହୋଇଥାଏ । ଏଥିରୁ ଶିକ୍ଷା ପାଇବାକୁ ମିଳିଥାଏ କି ସର୍ବବା ଦୃଢଦର୍ଶି ଏବଂ ଦୃଢ ସଂକଳ୍ପିତ ହେବା ଉଚିତ୍ ।
ପଦ୍ମ: ସତ୍ୟତା, ଏକାଗ୍ରତା ଏବଂ ଅନାଶକ୍ତିର ପ୍ରତିକ ହେଉଛି ପଦ୍ମ । ପଦ୍ମ ଯେପରି ପଙ୍କରେ ରହି ନିଜକୁ ସ୍ୱଚ୍ଛ ରଖିଥାଏ, ଠିକ୍ ସେହିପରି ସଂସାରର ମାୟା ରୂପ ପଙ୍କରେ ରହି ମଧ୍ୟ ନିଜକୁ ସ୍ୱଚ୍ଛ ରଖିବା ଉଚିତ୍ । ପଦ୍ମ ଦ୍ୱାରା ମୁକ୍ତ ହେବା ଏବଂ ଐଶ୍ୱରୀୟ ଚେତନାର ଶିକ୍ଷା ପ୍ରାପ୍ତ ହୋଇଥାଏ ।
ଗଦା: ଇଶ୍ୱରଙ୍କ ଅନନ୍ତ ଶକ୍ତି ହେଉଛି ଗଦା । ଏହା ବଳର ପ୍ରତିକ । କର୍ମ ଅନୁଯାୟୀ ମଣିଷକୁ ଦଣ୍ଡ ଦେଇଥାନ୍ତି ଭଗବାନ । ଏହା ଇଶ୍ୱରୀୟ ନ୍ୟାୟ ପ୍ରଣାଳୀକୁ ଦର୍ଶାଇଥାଏ ।